show video detail
![ବାହୁଡା ଯାତ୍ରା ର ସିଧା ପ୍ରସାରଣ ଶ୍ରୀକ୍ଷେତ୍ର ପୁରୀରୁ || BAHUDA JATRA LIVE FROM JAGANNATH PURI 2018](https://i.ytimg.com/vi/WwkYky-bVoc/hqdefault.jpg)
ବାହୁଡା ଯାତ୍ରା ର ସିଧା ପ୍ରସାରଣ ଶ୍ରୀକ୍ଷେତ୍ର ପୁରୀରୁ || BAHUDA JATRA LIVE FROM JAGANNATH PURI 2018
- Published_at:2018-07-22
- Category:Entertainment
- Channel:Sarthak Music
- tags: Live Rathajatara 2018 live Ratha rathyatra rathyatra 2018 odia hit song sarthak sarthak music odia hd sarthak film hd hd 1080 new latest odia music 2017 2018 91.9 sarthak fm sarthak fm sidharth tv new odia song odia non film song oriya odia video song odia song odia gita odia gana odia bhajan RATHA JATRA LIVE 2018 JAGANNATH PURI car festival live 2018 ratha yatra live jagannath dham yatra live car festival
- description: ଆପଣଙ୍କ Mobile Phone ରେ Google Play Store କିମ୍ବା Apple App Store କୁ ଯାଇ “91.9 Sarthak FM” App କୁ Download କରନ୍ତୁ ଏବଂ ୨୪ ଘଣ୍ଟା ଓଡିଆ ଗୀତ ମାଗଣାରେ ଶୁଣନ୍ତୁ I ଶ୍ରୀବିଗ୍ରହମାନଙ୍କର ଫେରନ୍ତା ରଥଯାତ୍ରାକୁ ବାହୁଡା଼ ବା ଦକ୍ଷିଣାଭିମୁଖୀ ଯାତ୍ରା କୁହାଯାଏ। ସ୍କନ୍ଧ ପୁରାଣର ଉତ୍କଳ ଖଣ୍ଡରେ ଉଲ୍ଲେଖ ଅଛି - “ନବମ୍ୟା ବାସୟେଦ୍ଦେବାନ୍ ତେଷୁ ପ୍ରାତଃ ସମୃଦ୍ଧିମତ୍ । ଦକ୍ଷିଣାଭିମୁଖୀ ଯାତ୍ରା ବିଷ୍ଣୋରେଷା ସୁଦୁର୍ଲଭା ॥” ଅର୍ଥାତ ନବମ ଦିବସରେ ଦେବତାମାନଙ୍କୁ ରଥରେ ଅଧିଷ୍ଠିତ କରାଇବେ। ଉକ୍ତ ଦିନ ପ୍ରାତଃ କାଳ ଅତ୍ୟନ୍ତ ସମୃଦ୍ଧିବାନ୍ ଅଟେ । ସେଦିନ ବିଷ୍ଣୁଙ୍କର ପାଲିତ ଦକ୍ଷିଣାମୁଖୀ ଯାତ୍ରା ଅତ୍ୟନ୍ତ ଦୁର୍ଲଭ ।ସମ୍ପୂର୍ଣ୍ଣ ଯାତ୍ରାକୁ ତିନୋଟି ଅଙ୍ଗ ରୂପେ ଧରାଯାଇଛି। ଏଥିମଧ୍ୟରୁ ରଥଯାତ୍ରା ଗୋଟିଏ ଅଙ୍ଗ, ଗୁଣ୍ଡିଚା ମଣ୍ଡପରେ ବାସ ଦ୍ଵିତୀୟ ଅଙ୍ଗ ଏବଂ ବାହୁଡା଼ ୟାତ୍ରା ପୂର୍ବକ ଶ୍ରୀମନ୍ଦିରକୁ ବାହୁଡା଼ ବିଜେ ପର୍ଯ୍ୟନ୍ତ ତୃତୀୟ ଅଙ୍ଗ । ଶାସ୍ତ୍ରୀୟ ବର୍ଣ୍ଣନାନୁସାରେ ରଥଯାତ୍ରା ସମୟରେ ପ୍ରଭୁମାନେ ଉତ୍ତରାଭିମୁଖି ହୋଇ ଯାତ୍ରା କରୁଥିବା ସମୟରେ ସେମାନଙ୍କୁ ଦର୍ଶନ କଲେ ଯେଉଁ ଫଳ ମିଳେ, ବାହୁଡା଼ ଯାତ୍ରାରେ ଦକ୍ଷିଣାଭିମୁଖ ହୋଇ ଯାତ୍ରା କରୁଥିବା ବେଳେ ଠାକୁରମାନଙ୍କୁ ଦର୍ଶନ କଲେ ଠିକ୍ ସେହିପରି ଫଳ ମିଳିଥାଏ। ଏପରିକି ଭକ୍ତମାନେ ଏହି ଦୁର୍ଲଭ ଦର୍ଶନରେ ଅଶ୍ଵମେଧ ଯଜ୍ଞର ଫଳ ଲାଭ କରି ଅନ୍ତକାଳରେ ବୈକୁଣ୍ଠ ପ୍ରାପ୍ତି ହୋଇଥାନ୍ତି ବୋଲି ବିଶ୍ଵାସ କରାଯାଏ । ନବମୀ ଦିନ ରାତିରେ ବଡ଼ସିଂହାର , ପହୁଡ଼ ଆଳତି ସରିବା ପରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖରେ ଖଣ୍ଡୁଆ ପକାଇ ପୁଷ୍ପାଳକମାନେ ଗମ୍ଭୀରାରୁ ବାହାରି ଆସିଥାନ୍ତି। ଏହା ପରେ ଦଇତାପତିମାନେ ଠାକୁରମାନଙ୍କ ଅନ୍ୟାନ୍ୟ ଗୁପ୍ତସେବା କରିବା ସହିତ କୋଠ ସୁଆଁସିଆମାନେ ସିଂହାସନକୁ ଲଗାଇ ଚାରମାଳ ବାନ୍ଧିଥାନ୍ତି। ରାଘବ ଦାସ ମଠ ଦେଇଥିବା ଶୁକ୍ଳ ସଜକୁ ଦଇତା ସେବକମାନେ ଠାକୁରମାନଙ୍କୁ ଲାଗି କରାଇଥାନ୍ତି। ବାହୁଡା଼ ଯାତ୍ରା ଦିନ ସକାଳ ସମୟରେ ମଙ୍ଗଳ ଆଳତି, ଅବକାଶ ଇତ୍ୟାଦି ନୀତି ଭିତରଚ୍ଛ ମହାପାତ୍ର ଓ ପାଳିଆ ପୁଷ୍ପାଳକମାନେ ବଢାଇବା ପରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ ପୂଜାପଣ୍ଡା ଓ ଅନ୍ୟାନ୍ୟ ନୀତି ସମ୍ପୃକ୍ତ ସେବକମାନଙ୍କ ସାହାର୍ୟ୍ୟରେ ପୂଜା ସମାପନ ହୋଇଥାଏ। ଏହା ପରେ ଦଇତାପତିମାନେ ଶ୍ରୀବିଗ୍ରହମାନଙ୍କର ସେନାପଟା ଲାଗି (ଗୁପ୍ତ ନୀତି) କରିଥାନ୍ତି । ଉକ୍ତ କାର୍ଯ୍ୟ ଶେଷ ହେବାପରେ ଶ୍ରୀଗୁଣ୍ଡିଚା ଦିନ ପରି ପୂଜାପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତ ସେବକଙ୍କ ଦ୍ଵାରା ତିନିବାଡ଼ରେ ମଙ୍ଗଳାର୍ପଣ ହୋଇଥାଏ। ତତ୍ପରେ ମୁଦିରସ୍ତ ଡୋରଲାଗି ଓ ପୁଷ୍ପାଞ୍ଜଳି ନୀତି ସମାପନ କରିବା ପରେ ବିଜେ କାହାଳୀ ବାଜେ ଓ ଠାକୁରମାନଙ୍କର ବାହୁଡା଼ ପହଣ୍ଡି ଆରମ୍ଭ ହୋଇଥାଏ। ଶ୍ରୀବିଗ୍ରହମାନେ ଜଗମୋହନ ଦୁଆର ପାଖେ ପହଞ୍ଚିବା କ୍ଷଣି ରାଘବ ଦାସ ମଠ ପ୍ରଦତ୍ତ ଟାହିୟା ଶ୍ରୀମସ୍ତକରେ ଲାଗି କରାଯିବା ସହିତ, ପତି ମହାପାତ୍ର ପ୍ରସାଦ ଲାଗି, ବନ୍ଦାପନା, କର୍ପୂର ଆଳତି, ସାତବତୀ , ସଞ୍ଜ କାହାଳି ଓ ଘସା, ବିଡ଼ିଆ ମଣୋହି କରିଥାନ୍ତି। ଏହି ସମୟରେ ପୁଷ୍ପାଳକ ମହାଜନମାନେ ତୁଳି ଲାଗି ବଢାଇଥାନ୍ତି। ଏହି ନୀତି ପରେ ଠାକୁରମାନେ ଧାଡ଼ି ପହଣ୍ଡିରେ ସ୍ଵ ସ୍ଵ ରଥକୁ ବିଜେ କରିଥାନ୍ତି। ସମସ୍ତ ବିଗ୍ରହ ପହଣ୍ଡି ବିଜେ ହୋଇ ରଥାରୂଢ଼ ହେବାପରେ ରୁନ୍ଧା କାର୍ଯ୍ୟ ବଢିଥାଏ। ଠାକୁରମାନଙ୍କ ବାହୁଡା଼ ପହଣ୍ଡି ଓ ରଥଟଣା ସମୟରେ ହେଉଥିବା ପନ୍ତି ତାଲିକା ନିମ୍ନରେ ଉଲ୍ଲେଖ କରାଯାଇଛି।
ranked in date | views | likes | Comments | ranked in country (#position) |
---|---|---|---|---|
2018-07-23 | 204,150 | 3,432 | 32 |
(![]() |